• ଗ୍ରାହକମାନେ ସେମାନଙ୍କ ବ୍ୟାଙ୍କ, ବୀମା କମ୍ପାନୀ, ଆଧାର ଅପଡେଟ୍ ସେଣ୍ଟର ଇତ୍ୟାଦିର ଯୋଗାଯୋଗ ବିବରଣୀ / ଗ୍ରାହକ ସେବା ନମ୍ବର ପ୍ରାପ୍ତ କରିବା ପାଇଁ ସର୍ଚ୍ଚ ଇଞ୍ଜିନ ବ୍ୟବହାର କରନ୍ତି । ସର୍ଚ୍ଚ ଇଞ୍ଜିନରେ ଥିବା ଏହି ଯୋଗାଯୋଗ ବିବରଣୀ ଅନେକ ସମୟରେ ସମ୍ପୃକ୍ତ ସଂସ୍ଥାର ନୁହେଁ ବରଂ ଠକମାନେ ଏହାକୁ ସେଭଳି ଦେଖାଇଥାନ୍ତି।
•ସର୍ଚ୍ଚ ଇଞ୍ଜିନରେ ଗ୍ରାହକମାନେ ବ୍ୟାଙ୍କ/କମ୍ପାନି ଭାବେ ଦେଖାଯାଉଥିବା ଠକଙ୍କ ଅଜଣା/ ଯାଞ୍ଚ ହୋଇନଥିବା କଣ୍ଟାକ୍ଟ ନମ୍ବରରେ ଭୁଲ୍ରେ ଯୋଗାଯୋଗ କରିଦେବେ।
•ଗ୍ରାହକମାନେ ଏହି ଯୋଗାଯୋଗ ନମ୍ବରଗୁଡିକରେ କଲ୍ କରିବା ପରେ, ପ୍ରବଞ୍ଚକମାନେ ଗ୍ରାହକମାନଙ୍କୁ ସେମାନଙ୍କ କାର୍ଡ ପରିଚୟପତ୍ର / ବିବରଣୀ ଯାଞ୍ଚ ପାଇଁ ମାଗନ୍ତି।
•ଠକକୁ ଆରଇର ପ୍ରକୃତ ପ୍ରତିନିଧି ବୋଲି ଭାବି ଗ୍ରାହକମାନେ ସେମାନଙ୍କସୁରକ୍ଷିତ ବିବରଣୀ ସେୟାର କରନ୍ତି ଏବଂ ଏହିପରି ଶିକାର ହୁଅନ୍ତି।
•ସର୍ବଦା ବ୍ୟାଙ୍କ / କମ୍ପାନୀଗୁଡିକର ଅଫିସିଆଲ ୱେବସାଇଟରୁ ଗ୍ରାହକ ସେବା ଯୋଗାଯୋଗ ବିବରଣୀ ପ୍ରାପ୍ତ କରନ୍ତୁ।
•ସର୍ଚ୍ଚ ଇଞ୍ଜିନ୍ ଫଳାଫଳ ପୃଷ୍ଠାରେ ପ୍ରଦର୍ଶିତ ନମ୍ବରକୁ ସିଧାସଳଖ କଲ୍ କରନ୍ତୁ ନାହିଁ କାରଣ ଏଗୁଡ଼ିକ ପ୍ରାୟତଃ ଠକଙ୍କ ଦ୍ୱାରା ରହିଥାଏ।
•ଦୟାକରି ଏହା ମଧ୍ୟ ଧ୍ୟାନ ଦିଅନ୍ତୁ ଯେ ଗ୍ରାହକ ସେବା ନମ୍ବର ଗୁଡିକ କେବେ ବି ମୋବାଇଲ ନମ୍ବର ଆକାରରେ ନଥାଏ।